Page 274
ਬ੍ਰਹਮ ਗਿਆਨੀ ਆਪਿ ਨਿਰੰਕਾਰੁ ॥
ବ୍ରହମ ଗିଆନୀ ଆପୀ ନିରଙ୍କାରୁ॥
ବ୍ରହ୍ମଜ୍ଞାନୀ ସ୍ଵୟଂ ହିନ ନିରଙ୍କାର ଅଟନ୍ତି।
ਬ੍ਰਹਮ ਗਿਆਨੀ ਕੀ ਸੋਭਾ ਬ੍ਰਹਮ ਗਿਆਨੀ ਬਨੀ ॥
ବ୍ରହମ ଗିଆନୀ କୀ ସୋଭା ବ୍ରହମ ଗିଆନୀ ବନି॥
ବ୍ରହ୍ମଜ୍ଞାନୀଙ୍କ ଶୋଭା କେବଳ ବ୍ରହ୍ମଜ୍ଞାନୀଙ୍କୁ ହିଁ ବନିଥାଏ।
ਨਾਨਕ ਬ੍ਰਹਮ ਗਿਆਨੀ ਸਰਬ ਕਾ ਧਨੀ ॥੮॥੮॥
ନାନକ ବ୍ରହମ ଗିଆନୀ ସରବ କା ଧନୀ॥8॥8॥
ହେ ନାନକ! ବ୍ରହ୍ମଜ୍ଞାନୀ ସବୁଙ୍କ ମାଲିକ ଅଟନ୍ତି ॥8॥8॥
ਸਲੋਕੁ ॥
ସଲୋକୁ॥
ଶ୍ଳୋକ॥
ਉਰਿ ਧਾਰੈ ਜੋ ਅੰਤਰਿ ਨਾਮੁ ॥
ଅରି ଧାରଇ ଜୋ ଅନ୍ତରି ନାମୁ॥
ଯେଉଁ ବ୍ୟକ୍ତି ନିଜ ହୃଦୟରେ ଭଗବାନଙ୍କ ନାମକୁ ବସାଇଥାଏ,
ਸਰਬ ਮੈ ਪੇਖੈ ਭਗਵਾਨੁ ॥
ସରବ ମୈ ପେଖଇ ଭଗବାନୁ॥
ଯିଏ ସବୁଙ୍କ ଠାରେ ଭଗବାନଙ୍କ ଦର୍ଶନ କରିଥାଏ ଆଉ
ਨਿਮਖ ਨਿਮਖ ਠਾਕੁਰ ਨਮਸਕਾਰੈ ॥
ନିମଖ ନିମଖ ଠାକୁର ନମସକାରଇ॥
ପ୍ରତି କ୍ଷଣରେ ପ୍ରଭୁଙ୍କୁ ପ୍ରଣାମ କରିଥାଏ,
ਨਾਨਕ ਓਹੁ ਅਪਰਸੁ ਸਗਲ ਨਿਸਤਾਰੈ ॥੧॥
ନାନକ ଓହୁ ଅପରଶୁ ଶଗଲ ନିସତାରଇ॥1॥
ହେ ନାନକ! ଏପରି ସତ୍ୟବାଦୀ ନିର୍ଲିପ୍ତ ମହାପୁରୁଷ ସମସ୍ତ ପ୍ରାଣୀଙ୍କୁ ଭବସାଗରରୁ ଉଦ୍ଧାର କରିଥାନ୍ତି ॥1॥
ਅਸਟਪਦੀ ॥
ଅସଟପଦୀ॥
ଅଷ୍ଟପଦୀ॥
ਮਿਥਿਆ ਨਾਹੀ ਰਸਨਾ ਪਰਸ ॥
ମିଥିଆ ନାହି ରସନା ପରସ॥
ଯେଉଁ ବ୍ୟକ୍ତି ଜିହ୍ଵାରେ ମିଥ୍ୟା କୁହେ ନାହିଁ,
ਮਨ ਮਹਿ ਪ੍ਰੀਤਿ ਨਿਰੰਜਨ ਦਰਸ ॥
ମନ ମହି ପ୍ରୀତି ନିରଞ୍ଜନ ଦରସ॥
ଯାହାର ହୃଦୟରେ ପବିତ୍ର ପ୍ରଭୁଙ୍କ ଦର୍ଶନର ଅଭିଳାଷ ଥାଏ,
ਪਰ ਤ੍ਰਿਅ ਰੂਪੁ ਨ ਪੇਖੈ ਨੇਤ੍ਰ ॥
ପର ତ୍ରିଉ ରୁପୁ ନ ପେଖୈ ନେତ୍ର॥
ଯାହାର ନେତ୍ର ପର ନାରୀର ସୌନ୍ଦର୍ଯ୍ୟକୁ ଦେଖେ ନାହିଁ,
ਸਾਧ ਕੀ ਟਹਲ ਸੰਤਸੰਗਿ ਹੇਤ ॥
ସାଧ କୀ ଟହଲ ସନ୍ତସଙ୍ଗୀ ହେତ॥
ଯିଏ ସାଧୁଙ୍କ ଶ୍ରଦ୍ଧା ପୂର୍ବକ ସେବା କରିଥାଏ ଆଉ ସନ୍ଥଙ୍କ ସଙ୍ଗତି ସହିତ ପ୍ରେମ କରିଥାଏ,
ਕਰਨ ਨ ਸੁਨੈ ਕਾਹੂ ਕੀ ਨਿੰਦਾ ॥
କରନ ନ ସୁନଇ କାହୁ କୀ ନିନ୍ଦା॥
ଯିଏ ନିଜ କାନରେ କାହାର ନିନ୍ଦା ଶୁଣେ ନାହିଁ,
ਸਭ ਤੇ ਜਾਨੈ ਆਪਸ ਕਉ ਮੰਦਾ ॥
ସଭ ତେ ଯାନଇ ଆପସ କଉ ମନ୍ଦା॥
ଯିଏ ନିଜକୁ ନିଜେ ମନ୍ଦ, ନୀଚ ଭାବୁଥାଏ,
ਗੁਰ ਪ੍ਰਸਾਦਿ ਬਿਖਿਆ ਪਰਹਰੈ ॥
ଗୁର ପ୍ରସାଦି ବିଖିଆ ପରହରଇ॥
ଯିଏ ଗୁରୁଙ୍କ କୃପାରୁ ମନ୍ଦ ବୁଦ୍ଧି ତ୍ୟାଗ କରିଥାଏ,
ਮਨ ਕੀ ਬਾਸਨਾ ਮਨ ਤੇ ਟਰੈ ॥
ମନ କୀ ବାସନା ମନ ତେ ଟରଇ॥
ଯିଏ ନିଜର ମନର ବାସନା ନିଜ ମନରୁ ଦୂର କରିଥାଏ
ਇੰਦ੍ਰੀ ਜਿਤ ਪੰਚ ਦੋਖ ਤੇ ਰਹਤ ॥
ଇନ୍ଦ୍ରି ଜିତ ପଞ୍ଚ ଦୋଖ ତେ ରହତ॥
ଆଉ ଯିଏ ନିଜ ଜ୍ଞାନ-ଇନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ କରିଥାଏ, ଆଉ ପାଞ୍ଚ ବିକାର ଠାରୁ ବଞ୍ଚିଥାଏ,
ਨਾਨਕ ਕੋਟਿ ਮਧੇ ਕੋ ਐਸਾ ਅਪਰਸ ॥੧॥
ନାନକ କୋଟି ମଧେ କୋ ଐସା ଅପରସ॥1॥
ହେ ନାନକ! କୋଟି କୋଟି ମଧ୍ୟରେ ଏପରି ବିରଳ ପୁରୁଷ ‘ଅପରସ’ (ପବିତ୍ର) ହୋଇଥାଏ ॥1॥
ਬੈਸਨੋ ਸੋ ਜਿਸੁ ਊਪਰਿ ਸੁਪ੍ਰਸੰਨ ॥
ବୈସନୋ ସୋ ଜିଶୁ ଉପରି ସୁପ୍ରସନ॥
ଯେଉଁ ବ୍ୟକ୍ତି ଉପରେ ପରମାତ୍ମା ପ୍ରସନ୍ନ ହୋଇଥାନ୍ତି, ସେ ବୈଷ୍ଣବ ଅଟନ୍ତି।
ਬਿਸਨ ਕੀ ਮਾਇਆ ਤੇ ਹੋਇ ਭਿੰਨ ॥
ବିସନ କୀ ମାଇଆ ତେ ହୋଇ ଭିନ॥
ସେ ବିଷ୍ଣୁଙ୍କ ମାୟାରୁ ଅଲଗା ରହିଥାଏ
ਕਰਮ ਕਰਤ ਹੋਵੈ ਨਿਹਕਰਮ ॥
କରମ କରତ ହୋବୈ ନିହକରମ॥
ଆଉ ଶୁଭକର୍ମ କରି ନିଷ୍କର୍ମ ହିଁ ରହିଥାଏ।
ਤਿਸੁ ਬੈਸਨੋ ਕਾ ਨਿਰਮਲ ਧਰਮ ॥
ତିସୁ ବୈସନୋ କା ନିରମଲ ଧରମ॥
ସେହି ବୈଷ୍ଣବଙ୍କ ଧର୍ମ ମଧ୍ୟ ପବିତ୍ର ଅଟେ।
ਕਾਹੂ ਫਲ ਕੀ ਇਛਾ ਨਹੀ ਬਾਛੈ ॥
କାହୁ ଫଲ କୀ ଇଚ୍ଛା ନହି ବାଛଇ॥
ସେ କିଛି ଫଳର ଇଚ୍ଛା କରେ ନାହିଁ।
ਕੇਵਲ ਭਗਤਿ ਕੀਰਤਨ ਸੰਗਿ ਰਾਚੈ ॥
କେବଲ ଭଗତି କୀରତନ ସଙ୍ଗୀ ରାଚଇ॥
ସେ କେବଳ ପ୍ରଭୁ ଭକ୍ତି ଏବଂ ତାହାଙ୍କ କୀର୍ତ୍ତନରେ ହିଁ ରହିଥାଏ।
ਮਨ ਤਨ ਅੰਤਰਿ ਸਿਮਰਨ ਗੋਪਾਲ ॥
ମନ ତନ ଅନ୍ତରି ସିମରଣ ଗୋପାଲ॥
ତାହାଙ୍କ ଆତ୍ମା ଏବଂ ଶରୀରରେ ସୃଷ୍ଟିର ପାଳନ କର୍ତ୍ତା ଗୋପାଳଙ୍କ ସ୍ମରଣ ହୋଇଥାଏ।
ਸਭ ਊਪਰਿ ਹੋਵਤ ਕਿਰਪਾਲ ॥
ସଭ ଉପରି ହୋବତ କିରପାଲ॥
ସେ ସମସ୍ତ ଜୀବ ଉପରେ କୃପାଳୁ ହୋଇଥାନ୍ତି।
ਆਪਿ ਦ੍ਰਿੜੈ ਅਵਰਹ ਨਾਮੁ ਜਪਾਵੈ ॥
ଆପୀ ଦ୍ରିଡୈ ଅବରହ ନାମୁ ଜପାବୈ ॥
ସେ ସ୍ଵୟଂ ଈଶ୍ଵରଙ୍କ ନାମ ନିଜ ମନରେ ବସାଇଥାନ୍ତି ଆଉ ଅନ୍ୟ ଦ୍ଵାରା ନାମର ଜପ କରାଇଥାନ୍ତି।
ਨਾਨਕ ਓਹੁ ਬੈਸਨੋ ਪਰਮ ਗਤਿ ਪਾਵੈ ॥੨॥
ନାନକ ଓହୁ ବୈସନୋ ପରମ ଗତି ପାବୈ॥2॥
ହେ ନାନକ! ଏପରି ବୈଷ୍ଣବ ପରମ ଗତି ପ୍ରାପ୍ତ କରିନିଏ ॥2॥
ਭਗਉਤੀ ਭਗਵੰਤ ਭਗਤਿ ਕਾ ਰੰਗੁ ॥
ଭାଗଉତି ଭଗବନ୍ତ ଭଗତି କା ରଙ୍ଗୁ॥
ଯାହାର ଚିତ୍ତରେ ଭଗବାନଙ୍କ ଭକ୍ତିର ପ୍ରେମ ଥାଏ, ସେ ହିଁ ଭଗବାନଙ୍କ ବାସ୍ତବିକ ଭକ୍ତ ଅଟେ।
ਸਗਲ ਤਿਆਗੈ ਦੁਸਟ ਕਾ ਸੰਗੁ ॥
ଶଗଲ ତିଆଗଇ ଦୁସଟ କା ସଙ୍ଗୁ॥
ସେ ସମସ୍ତ ଦୁଷ୍ଟର ସଙ୍ଗତି ତ୍ୟାଗ କରିଥାଏ
ਮਨ ਤੇ ਬਿਨਸੈ ਸਗਲਾ ਭਰਮੁ ॥
ମନ ତେ ବିନସଇ ଶଗଲା ଭରମୁ॥
ଆଉ ତାହାର ମନରୁ ସବୁ ପ୍ରକାର ଦ୍ଵିଧା ଦୂର ହୋଇଯାଏ।
ਕਰਿ ਪੂਜੈ ਸਗਲ ਪਾਰਬ੍ਰਹਮੁ ॥
କରି ପୂଜଇ ଶଗଲ ପାରବ୍ରହମୁ ॥
ସେ ପରଂବ୍ରହ୍ମଙ୍କୁ ସବୁ ଜାଗାରେ ବିଦ୍ୟମାନ ଭାବିଥାଏ ଆଉ କେବଳ ତାହାଙ୍କ ହିଁ ପୂଜା କରିଥାଏ।
ਸਾਧਸੰਗਿ ਪਾਪਾ ਮਲੁ ਖੋਵੈ ॥
ସାଧସଙ୍ଗୀ ପାପା ମଲୁ ଖୋବଇ॥
ଯିଏ ସାଧୁ-ସନ୍ଥଙ୍କ ସଙ୍ଗତିରେ ରହି ମନରୁ ପାପର ମଇଳା ନିବୃତ୍ତ କରିଥାଏ,
ਤਿਸੁ ਭਗਉਤੀ ਕੀ ਮਤਿ ਊਤਮ ਹੋਵੈ ॥
ତିସୁ ଭଗଉତି କୀ ମତି ଉତ୍ତମ ହୋବୈ॥
ଏପରି ଭକ୍ତର ବୁଦ୍ଧି ଉତ୍ତମ ହୋଇଯାଏ।
ਭਗਵੰਤ ਕੀ ਟਹਲ ਕਰੈ ਨਿਤ ਨੀਤਿ ॥
ଭଗବନ୍ତ କୀ ଟହଲ କରଇ ନିତ ନୀତି॥
ସେ ନିଜ ଭଗବାନଙ୍କ ନିତ୍ୟ ସେବା କରିଥାଏ।
ਮਨੁ ਤਨੁ ਅਰਪੈ ਬਿਸਨ ਪਰੀਤਿ ॥
ମନୁ ତନୁ ଅରପଇ ବିସନ ପରିତି॥
ସେ ନିଜ ମନ ଏବଂ ତନ ନିଜ ପ୍ରଭୁଙ୍କ ପ୍ରେମରେ ସମର୍ପିତ କରିଥାଏ।
ਹਰਿ ਕੇ ਚਰਨ ਹਿਰਦੈ ਬਸਾਵੈ ॥
ହରି କେ ଚରନ ହିରଦଇ ବସାବଇ॥
ସେ ଭଗବାନଙ୍କ ଚରଣ ନିଜ ହୃଦୟରେ ବସାଇଥାଏ।
ਨਾਨਕ ਐਸਾ ਭਗਉਤੀ ਭਗਵੰਤ ਕਉ ਪਾਵੈ ॥੩॥
ନାନକ ଐସା ଭଗଉତି ଭଗବନ୍ତ କଉ ପାବୈ॥3॥
ହେ ନାନକ! ଏପରି ଭକ୍ତ ହିଁ ଭଗବାନଙ୍କୁ ପ୍ରାପ୍ତ କରିଥାଏ ॥3॥
ਸੋ ਪੰਡਿਤੁ ਜੋ ਮਨੁ ਪਰਬੋਧੈ ॥
ସୋ ପଣ୍ଡିତ ଜୋ ମନୁ ପରବୋଧଇ॥
ପଣ୍ଡିତ ସେ ଅଟେ, ଯିଏ ନିଜ ମନକୁ ଉପଦେଶ ପ୍ରଦାନ କରିଥାଏ।
ਰਾਮ ਨਾਮੁ ਆਤਮ ਮਹਿ ਸੋਧੈ ॥
ରାମ ନାମୁ ଆତମ ମହି ଶୋଧଇ॥
ସେ ରାମଙ୍କ ନାମକୁ ନିଜ ହୃଦୟରେ ଖୋଜିଥାଏ।
ਰਾਮ ਨਾਮ ਸਾਰੁ ਰਸੁ ਪੀਵੈ ॥
ରାମ ନାମ ସାରୁ ରସ ପୀବଇ ॥
ଯିଏ ରାମ ନାମର ମିଠା ରସ ସେବନ କରିଥାଏ।
ਉਸੁ ਪੰਡਿਤ ਕੈ ਉਪਦੇਸਿ ਜਗੁ ਜੀਵੈ ॥
ଉସୁ ପଣ୍ଡିତ କୈ ଉପଦେଶୀ ଜଗୁ ଜୀବଇ
ସେ ପଣ୍ଡିତଙ୍କ ଉପଦେଶ ଦ୍ଵାରା ସାରା ଜଗତ ଜିତିଯାଇଛି,
ਹਰਿ ਕੀ ਕਥਾ ਹਿਰਦੈ ਬਸਾਵੈ ॥
ହରି କି କଥା ହିରଦଇ ବସାବଇ॥
ଯେଉଁ ପଣ୍ଡିତ ହରିଙ୍କ କଥାକୁ ନିଜ ହୃଦୟରେ ବସାଇଥାଏ,
ਸੋ ਪੰਡਿਤੁ ਫਿਰਿ ਜੋਨਿ ਨ ਆਵੈ ॥
ସୋ ପଣ୍ଡିତୁ ଫିରି ଯୋନି ନ ଆବୈ॥
ଏପରି ପଣ୍ଡିତ ପୁନର୍ବାର ଯୋନିରେ ପ୍ରବେଶ କରେ ନାହିଁ।
ਬੇਦ ਪੁਰਾਨ ਸਿਮ੍ਰਿਤਿ ਬੂਝੈ ਮੂਲ ॥
ବେଦ ପୁରାନ ଶିମ୍ରିତି ବୁଝଇ ମୂଲ॥
ସେ ବେଦ, ପୂରଣ ଏବଂ ସ୍ମୃତିର ମୂଳ ତତ୍ଵକୁ ବିଚାର କରିଥାଏ,
ਸੂਖਮ ਮਹਿ ਜਾਨੈ ਅਸਥੂਲੁ ॥
ସୁଖମ ମହି ଯାନଇ ଅସଥୁଲୁ॥
ସେ ଦୃଷ୍ଟିଗୋଚର ସଂସାରକୁ ଅଦୃଶ୍ୟ ପ୍ରଭୁଙ୍କ ଠାରେ ଅନୁଭବ କରିଥାଏ
ਚਹੁ ਵਰਨਾ ਕਉ ਦੇ ਉਪਦੇਸੁ ॥
ଚହୁ ବରନା କଉ ଦେ ଉପଦେଶୁ॥
ଆଉ ଚାରି ହିଁ ବର୍ଣ୍ଣ (ଜାତି)କୁ ଉପଦେଶ ଦେଇଥାଏ।
ਨਾਨਕ ਉਸੁ ਪੰਡਿਤ ਕਉ ਸਦਾ ਅਦੇਸੁ ॥੪॥
ନାନକ ଉସୁ ପଣ୍ଡିତ କଉ ସଦା ଅଦେଶୁ॥4॥
ହେ ନାନକ! ସେହି ପଣ୍ଡିତଙ୍କୁ ସର୍ବଦା ହିଁ ପ୍ରଣାମ ଅଟେ ॥4॥
ਬੀਜ ਮੰਤ੍ਰੁ ਸਰਬ ਕੋ ਗਿਆਨੁ ॥ ਚਹੁ ਵਰਨਾ ਮਹਿ ਜਪੈ ਕੋਊ ਨਾਮੁ ॥
ବୀଜ ମନ୍ତୃ ସରବ କୋ ଗିଆନୁ॥ ଚହୁ ବରନା ମହି ଜପଇ କଉ ନାମୁ॥
ସମସ୍ତ ମନ୍ତ୍ରର ବୀଜ ମନ୍ତ୍ର ଜ୍ଞାନ ଅଟେ। ଚାରି ହିଁ ବର୍ଣ୍ଣରେ କେହି ପୁରୁଷ ମଧ୍ୟ ନାମର ଜପ କର।
ਜੋ ਜੋ ਜਪੈ ਤਿਸ ਕੀ ਗਤਿ ਹੋਇ ॥
ଜୋ ଜୋ ଜପଇ ଟିସ କୀ ଗତି ହୋଇ॥
ଯିଏ ଯିଏ ନାମ ଜପିଥାଏ, ତାହାର ଗତି ହୋଇଯାଏ।
ਸਾਧਸੰਗਿ ਪਾਵੈ ਜਨੁ ਕੋਇ ॥
ସାଧସଙ୍ଗୀ ପାବୈ ଜନୁ କୋଇ॥
କେହି ପୁରୁଷ ହିଁ ସତସଙ୍ଗତିରେ ରହି ତାହାଙ୍କୁ ପ୍ରାପ୍ତ କରିଥାଏ।
ਕਰਿ ਕਿਰਪਾ ਅੰਤਰਿ ਉਰ ਧਾਰੈ ॥
କରି କିରପା ଅନ୍ତରି ଉର ଧାରଇ॥
ଯଦି ପ୍ରଭୁ ନିଜ କୃପା ଦ୍ଵାରା ହୃଦୟରେ ନାମ ବସାଇଦିଅନ୍ତି
ਪਸੁ ਪ੍ਰੇਤ ਮੁਘਦ ਪਾਥਰ ਕਉ ਤਾਰੈ ॥
ପଶୁ ପ୍ରେତ ମୁଧଦ ପାଥର କଉ ତାରଇ॥
ତାହାହେଲେ ପଶୁ, ପ୍ରେତ, ମୂର୍ଖ, ପଥର ହୃଦୟ ମଧ୍ୟ ପାର ହୋଇଯାଏ।
ਸਰਬ ਰੋਗ ਕਾ ਅਉਖਦੁ ਨਾਮੁ ॥
ସରବ ରୋଗ କା ଅଉଖଡୁ ନାମୁ॥
ଈଶ୍ଵରଙ୍କ ନାମ ସମସ୍ତ ରୋଗର ଔଷଧ ଅଟେ।
ਕਲਿਆਣ ਰੂਪ ਮੰਗਲ ਗੁਣ ਗਾਮ ॥
କଲିଆନ ରୂପ ମଙ୍ଗଲ ଗୁଣ ଗାମ॥
ଭଗବାନଙ୍କ ଗୁଣସ୍ତୁତି କରିବା କଲ୍ୟାଣ ଏବଂ ମୁକ୍ତିର ରୂପ ଅଟେ।
ਕਾਹੂ ਜੁਗਤਿ ਕਿਤੈ ਨ ਪਾਈਐ ਧਰਮਿ ॥
କାହୁ ଯୁଗତି କିତଇ ନ ପାଇଏ ଧରମୀ॥
କୌଣସି ଯୁକ୍ତି ଅଥବା କୌଣସି ଧର୍ମ-କର୍ମ ଦ୍ଵାରା ଈଶ୍ଵରଙ୍କ ନାମ ପ୍ରାପ୍ତ କରାଯାଇପାରେ ନାହିଁ।
ਨਾਨਕ ਤਿਸੁ ਮਿਲੈ ਜਿਸੁ ਲਿਖਿਆ ਧੁਰਿ ਕਰਮਿ ॥੫॥
ନାନକ ତିସୁ ମିଲଇ ଜିଶୁ ଲିଖିଆ ଧୁରି କରମି॥5॥
ହେ ନାନକ! ଭଗବାନଙ୍କ ନାମ ସେହି ମନୁଷ୍ୟକୁ ମିଳିଥାଏ, ଯାହାର ଭାଗ୍ୟରେ ଆଦିରୁ ହିଁ ଲେଖା ହୋଇଥାଏ ॥5॥
ਜਿਸ ਕੈ ਮਨਿ ਪਾਰਬ੍ਰਹਮ ਕਾ ਨਿਵਾਸੁ ॥
ଜିସ କୈ ମନି ପାରବ୍ରହମ କା ନିବାସୁ॥
ଯାହାର ମନରେ ଭଗବାନଙ୍କ ନିବାସ ଥାଏ,”