Guru Granth Sahib Translation Project

guru granth sahib odia page-272

Page 272

ਨਾਨਕ ਸਾਧ ਕੈ ਸੰਗਿ ਸਫਲ ਜਨੰਮ ॥੫॥ ନାନକ ସାଧ କୈ ସଙ୍ଗୀ ସଫଳ ଜନମ॥5॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟର ଜନ୍ମ ସଫଳ ହୋଇଯାଏ ॥5॥
ਸਾਧ ਕੈ ਸੰਗਿ ਨਹੀ ਕਛੁ ਘਾਲ ॥ ସାଧ କୈ ସଙ୍ଗୀ ନହି କଛୁ ଧାଲ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟକୁ ପରିଶ୍ରମ କରିବାକୁ ପଡେ ନାହିଁ।
ਦਰਸਨੁ ਭੇਟਤ ਹੋਤ ਨਿਹਾਲ ॥ ଦରଶନୁ ଭେଟତ ହୋତ ନିହାଲ॥ ସାଧୁଙ୍କ ଦର୍ଶନ ମାତ୍ରେ ଏବଂ ସାକ୍ଷାତରେ ମନୁଷ୍ୟ କୃତାର୍ଥ ହୋଇଯାଏ।
ਸਾਧ ਕੈ ਸੰਗਿ ਕਲੂਖਤ ਹਰੈ ॥ ସାଧ କୈ ସଙ୍ଗୀ କଲୁଖତ ହରଇ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟର ସବୁ ପାପ ନାଶ ହୋଇଯାଏ।
ਸਾਧ ਕੈ ਸੰਗਿ ਨਰਕ ਪਰਹਰੈ ॥ ସାଧ କୈ ସଙ୍ଗୀ ନରକ ପରହରଇ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ନର୍କ ଠାରୁ ବଞ୍ଚିଯାଏ।
ਸਾਧ ਕੈ ਸੰਗਿ ਈਹਾ ਊਹਾ ਸੁਹੇਲਾ ॥ ସାଧ କୈ ସଙ୍ଗୀ ଇହା ଉହା ସୁହେଲା॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ପ୍ରାଣୀ ଲୋକ-ପରଲୋକରେ ସୁଖୀ ହୋଇଥାଏ।
ਸਾਧਸੰਗਿ ਬਿਛੁਰਤ ਹਰਿ ਮੇਲਾ ॥ ସାଧସଙ୍ଗୀ ବିଛୁରତ ହରି ମେଲା॥ ଯିଏ ଈଶ୍ବରଙ୍କ ଠାରୁ ବିଚ୍ଛେଦ ହୋଇଛି, ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସେ ତାହାଙ୍କ ସହିତ ମିଶିଯାଏ।
ਜੋ ਇਛੈ ਸੋਈ ਫਲੁ ਪਾਵੈ ॥ ଜୋ ଇଛଇ ସୋଇ ଫଲୁ ପାବୈ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ଯେଉଁ ଫଳ ଇଚ୍ଛା କରିଥାଏ, ତାହାକୁ ମିଳିଯାଏ।
ਸਾਧ ਕੈ ਸੰਗਿ ਨ ਬਿਰਥਾ ਜਾਵੈ ॥ ସାଧ କୈ ସଙ୍ଗୀ ନ ବିରଥା ଯାବଇ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସେ ଖାଲି ହାତରେ ଯାଏ ନାହିଁ।
ਪਾਰਬ੍ਰਹਮੁ ਸਾਧ ਰਿਦ ਬਸੈ ॥ ପାରବ୍ରହମୁ ସାଧ ରିଦ ବସଇ॥ ପରଂବ୍ରହ୍ମ-ପ୍ରଭୁ ସାଧୁଙ୍କ ହୃଦୟରେ ନିବାସ କରିଥାନ୍ତି।
ਨਾਨਕ ਉਧਰੈ ਸਾਧ ਸੁਨਿ ਰਸੈ ॥੬॥ ନାନକ ଉଧରଇ ସାଧ ସୂନୀ ରସଇ॥6॥ ହେ ନାନକ! ସାଧୁଙ୍କ ଜିହ୍ଵାରେ ଈଶ୍ବରଙ୍କ ନାମ ଶୁଣି ଜୀବ ପାର ହୋଇଯାଏ ॥6॥
ਸਾਧ ਕੈ ਸੰਗਿ ਸੁਨਉ ਹਰਿ ਨਾਉ ॥ ସାଧ କୈ ସଙ୍ଗୀ ଶୁନଉ ହରି ନାଉ॥ ସାଧୁଙ୍କ ସଙ୍ଗତି କରି ଭଗବାନଙ୍କ ନାମ ଶୁଣ।
ਸਾਧਸੰਗਿ ਹਰਿ ਕੇ ਗੁਨ ਗਾਉ ॥ ସାଧସଙ୍ଗୀ ହରି କେ ଗୁନ ଗାଉ॥ ସାଧୁଙ୍କ ସଙ୍ଗତି କରି ଈଶ୍ବରଙ୍କ ଗୁଣାନୁବାଦ କର।
ਸਾਧ ਕੈ ਸੰਗਿ ਨ ਮਨ ਤੇ ਬਿਸਰੈ ॥ ସାଧ କୈ ସଙ୍ଗୀ ନ ମନ ତେ ବିସରଇ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ପ୍ରଭୁଙ୍କୁ ନିଜ ହୃଦୟରୁ ଭୁଲେ ନାହିଁ।
ਸਾਧਸੰਗਿ ਸਰਪਰ ਨਿਸਤਰੈ ॥ ସାଧସଙ୍ଗୀ ସରପର ନିସତରଇ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ନିଶ୍ଚିତ ଭାବରେ ତାହାର ଭବସାଗରରୁ ଉଦ୍ଧାର ହୋଇଯାଏ।
ਸਾਧ ਕੈ ਸੰਗਿ ਲਗੈ ਪ੍ਰਭੁ ਮੀਠਾ ॥ ସାଧ କୈ ସଙ୍ଗୀ ଲଗଇ ପ୍ରଭୁ ମିଠା ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟକୁ ପ୍ରଭୁ ମିଠା ଲାଗିଥାନ୍ତି।
ਸਾਧੂ ਕੈ ਸੰਗਿ ਘਟਿ ਘਟਿ ਡੀਠਾ ॥ ସାଧ କୈ ସଙ୍ଗୀ ଘଟି ଘଟି ଡୀଠା॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଇଶ୍ଵର ସମସ୍ତଙ୍କ ହୃଦୟରେ ଦେଖାଯାନ୍ତି।
ਸਾਧਸੰਗਿ ਭਏ ਆਗਿਆਕਾਰੀ ॥ ସାଧସଙ୍ଗୀ ଭଏ ଆଗିଆକାରୀ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ଈଶ୍ବରଙ୍କ ଆଜ୍ଞାକାରୀ ହୋଇଯାଏ।
ਸਾਧਸੰਗਿ ਗਤਿ ਭਈ ਹਮਾਰੀ ॥ ସାଧସଙ୍ଗୀ ଗତି ଭଇ ହମାରି॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଆମର ଗତି ହୋଇଯାଇଛି।
ਸਾਧ ਕੈ ਸੰਗਿ ਮਿਟੇ ਸਭਿ ਰੋਗ ॥ ସାଧ କୈ ସଙ୍ଗୀ ମିଟେ ସଭି ରୋଗ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସବୁ ରୋଗ ଦୂର ହୋଇଯାଏ।
ਨਾਨਕ ਸਾਧ ਭੇਟੇ ਸੰਜੋਗ ॥੭॥ ନାନକ ସାଧ ଭେଟେ ସଂଯୋଗ॥7॥ ହେ ନାନକ! ସଂଯୋଗରୁ ହିଁ ସାଧୁ ମିଳିଥାନ୍ତି ॥7॥
ਸਾਧ ਕੀ ਮਹਿਮਾ ਬੇਦ ਨ ਜਾਨਹਿ ॥ ସାଧ କୀ ମହିମା ବେଦ ନ ଯାନହି ॥ ସାଧୁଙ୍କ ମହିମା ବେଦ ମଧ୍ୟ ଜାଣେ ନାହିଁ।
ਜੇਤਾ ਸੁਨਹਿ ਤੇਤਾ ਬਖਿਆਨਹਿ ॥ ଜେତା ସୁନହି ତେତା ବଖିଆନହି॥ ସେ ତାହାଙ୍କ ବିଷୟରେ ଯେତେ ଶୁଣିଥାଏ, ସେତିକି ହିଁ ବର୍ଣ୍ଣନା କରିଥାଏ।
ਸਾਧ ਕੀ ਉਪਮਾ ਤਿਹੁ ਗੁਣ ਤੇ ਦੂਰਿ ॥ ସାଧ କୀ ଉପମା ତିହୁ ଗୁଣ ତେ ଦୁରି॥ ସାଧୁଙ୍କ ଉପମା ମାୟାର ତିନି ଗୁଣରୁ ଦୂରରେ ଥାଏ।
ਸਾਧ ਕੀ ਉਪਮਾ ਰਹੀ ਭਰਪੂਰਿ ॥ ସାଧ କୀ ଉପମା ରହି ଭରପୁରୀ॥ ସାଧୁନ ଉପମା ସର୍ବବ୍ୟାପକ ଅଟେ।
ਸਾਧ ਕੀ ਸੋਭਾ ਕਾ ਨਾਹੀ ਅੰਤ ॥ ସାଧ କୀ ସୋଭା କା ନାହି ଅନ୍ତ॥ ସାଧୁଙ୍କ ଶୋଭାର ଅନ୍ତ ନଥାଏ।
ਸਾਧ ਕੀ ਸੋਭਾ ਸਦਾ ਬੇਅੰਤ ॥ ସାଧ କୀ ସୋଭା ସଦା ବେଅନ୍ତ॥ ସାଧୁଙ୍କ ଶୋଭା ସର୍ବଦା ଅନନ୍ତ ଅଟେ।
ਸਾਧ ਕੀ ਸੋਭਾ ਊਚ ਤੇ ਊਚੀ ॥ ସାଧ କୀ ସୋଭା ଉଚ ତେ ଉଚୀ॥ ସାଧୁଙ୍କ ଶୋଭା ସର୍ବୋଚ୍ଚ ଅଟେ।
ਸਾਧ ਕੀ ਸੋਭਾ ਮੂਚ ਤੇ ਮੂਚੀ ॥ ସାଧ କୀ ସୋଭା ମୁଚ ତେ ମୂଚୀ ॥ ସାଧୁଙ୍କ ଶୋଭା ମହାନ ଠାରୁ ମହାନ ଅଟେ।
ਸਾਧ ਕੀ ਸੋਭਾ ਸਾਧ ਬਨਿ ਆਈ ॥ ସାଧ କୀ ସୋଭା ସାଧ ବନି ଆଇ॥ ସାଧୁଙ୍କ ଶୋଭା କେବଳ ସାଧୁଙ୍କୁ ହିଁ ଉପଯୁକ୍ତ ଲାଗିଥାଏ।
ਨਾਨਕ ਸਾਧ ਪ੍ਰਭ ਭੇਦੁ ਨ ਭਾਈ ॥੮॥੭॥ ନାନକ ସାଧ ପ୍ରଭ ଭେଦୁ ନ ଭାଇ॥8॥7॥ ନାନକ କହନ୍ତି ଯେ ହେ ମୋର ଭାଇ! ସାଧୁ ଏବଂ ପ୍ରଭୁଙ୍କ ଠାରେ କୌଣସି ଭେଦ ନାହିଁ ॥8॥7॥
ਸਲੋਕੁ ॥ ସଲୋକୁ॥ ଶ୍ଳୋକ॥
ਮਨਿ ਸਾਚਾ ਮੁਖਿ ਸਾਚਾ ਸੋਇ ॥ ମନି ସାଚା ମୁଖୀ ସାଚା ସୋଇ॥ ଯାହାର ମନରେ ସତ୍ୟ ଥାଏ ଆଉ ମୁହଁରେ ମଧ୍ୟ ସତ୍ୟ ଥାଏ
ਅਵਰੁ ਨ ਪੇਖੈ ਏਕਸੁ ਬਿਨੁ ਕੋਇ ॥ ଅବରୁ ନ ପେଖୈ ଏକସୁ ବିନୁ କୋଇ॥ ଆଉ ଯିଏ ଏକ ପରମାତ୍ମାଙ୍କ ବିନା ଅନ୍ୟ କାହାକୁ ଦେଖେ ନାହିଁ,
ਨਾਨਕ ਇਹ ਲਛਣ ਬ੍ਰਹਮ ਗਿਆਨੀ ਹੋਇ ॥੧॥ ନାନକ ଇହ ଲଛନ ବ୍ରହମ ଗିଆନୀ ହୋଇ॥1॥ ହେ ନାନକ! ଏହି ଗୁଣ ବ୍ରହ୍ମଜ୍ଞାନୀଙ୍କ ହୋଇଥାଏ ॥1॥
ਅਸਟਪਦੀ ॥ ଅସଟପଦୀ॥ ଅଷ୍ଟପଦୀ॥
ਬ੍ਰਹਮ ਗਿਆਨੀ ਸਦਾ ਨਿਰਲੇਪ ॥ ବ୍ରହମ ଗିଆନୀ ସଦା ନିରଲେପ॥ ବ୍ରହ୍ମଜ୍ଞାନୀ ସର୍ବଦା ନିର୍ଲିପ୍ତ ରହିଥାଏ,
ਜੈਸੇ ਜਲ ਮਹਿ ਕਮਲ ਅਲੇਪ ॥ ଜୈସେ ଜଲ ମହି କମଲ ଅଲେପ॥ ଯେପରି ଜଳରେ କମଳ ଫୁଲ ସ୍ବଚ୍ଛ ହୋଇଥାଏ।
ਬ੍ਰਹਮ ਗਿਆਨੀ ਸਦਾ ਨਿਰਦੋਖ ॥ ବ୍ରହମ ଗିଆନୀ ସଦା ନିରଦୋଖ॥ ବ୍ରହ୍ମଜ୍ଞାନୀ ସଦା ନିର୍ଦ୍ଦୋଷ ଅଟେ,
ਜੈਸੇ ਸੂਰੁ ਸਰਬ ਕਉ ਸੋਖ ॥ ଜୈସେ ସୁରୁ ସରବ କଉ ସୋଖ॥ ଯେପରି ସୂର୍ଯ୍ୟ ସମସ୍ତ ରସର ସୁଖ ଦେଇଥାଏ।
ਬ੍ਰਹਮ ਗਿਆਨੀ ਕੈ ਦ੍ਰਿਸਟਿ ਸਮਾਨਿ ॥ ବ୍ରହମ ଗିଆନୀ କୈ ଦ୍ରିସଟି ସମାନି॥ ବ୍ରହ୍ମଜ୍ଞାନୀ ସମସ୍ତଙ୍କୁ ଏକ ଆଖିରେ ଦେଖିଥାଏ,
ਜੈਸੇ ਰਾਜ ਰੰਕ ਕਉ ਲਾਗੈ ਤੁਲਿ ਪਵਾਨ ॥ ଜୈସେ ରାଜ ରଙ୍କ କଉ ଲାଗଇ ତୁଲି ପବାନ॥ ଯେପରି ବାୟୁ ରାଜା ଆଉ କାଙ୍ଗାଳକୁ ସମାନ ଦେଖିଥାଏ।
ਬ੍ਰਹਮ ਗਿਆਨੀ ਕੈ ਧੀਰਜੁ ਏਕ ॥ ବ୍ରହମ ଗିଆନୀ କୈ ଧୀରଜୁ ଏକ ॥ ବ୍ରହ୍ମଜ୍ଞାନୀର ସହନଶୀଳତା ସମାନ ଥାଏ,
ਜਿਉ ਬਸੁਧਾ ਕੋਊ ਖੋਦੈ ਕੋਊ ਚੰਦਨ ਲੇਪ ॥ ଜୀଉ ବସୁଧା କୋଊ ଖୋଦଇ କୋଊ ଚନ୍ଦନ ଲେପ॥ ଯେପରି କେହି ଧରିତ୍ରିକୁ ଖୋଳିଥାଏ ଆଉ କେହି ଚନ୍ଦନର ଲେପ କରିଥାଏ।
ਬ੍ਰਹਮ ਗਿਆਨੀ ਕਾ ਇਹੈ ਗੁਨਾਉ ॥ ବ୍ରହମ ଗିଆନୀ କା ଇହଇ ଗୁନାଉ॥ ବ୍ରହ୍ମଜ୍ଞାନୀର ଏହି ଗୁଣ ଅଟେ।
ਨਾਨਕ ਜਿਉ ਪਾਵਕ ਕਾ ਸਹਜ ਸੁਭਾਉ ॥੧॥ ନାନକ ଜୀଉ ପାବକ କା ସହଜ ଶୁଭାଉ॥1॥ ହେ ନାନକ! ଯେପରି ଅଗନିର ସହଜାତ ସ୍ଵଭାବ ଥାଏ ॥1॥
ਬ੍ਰਹਮ ਗਿਆਨੀ ਨਿਰਮਲ ਤੇ ਨਿਰਮਲਾ ॥ ବ୍ରହମ ଗିଆନୀ ନିରମଲ ତେ ନିରମଳା॥ ବ୍ରହ୍ମଜ୍ଞାନୀ ନିର୍ମଳ ଠାରୁ ମଧ୍ୟ ପରମ ନିର୍ମଳ ହୋଇଥାଏ,
ਜੈਸੇ ਮੈਲੁ ਨ ਲਾਗੈ ਜਲਾ ॥ ଜୈସେ ମଇଲୁ ନ ଲାଗଇ ଜଲା॥ ଯେପରି ଜଳରେ ମଇଳା ଲାଗେ ନାହିଁ।
ਬ੍ਰਹਮ ਗਿਆਨੀ ਕੈ ਮਨਿ ਹੋਇ ਪ੍ਰਗਾਸੁ ॥ ବ୍ରହମ ଗିଆନୀ କୈ ମନି ହୋଇ ପ୍ରଗାସୁ॥ ବ୍ରହ୍ମଜ୍ଞାନୀଙ୍କ ମନରେ ଏହିପରି ପ୍ରକାଶ ଥାଏ ଯେପରି
ਜੈਸੇ ਧਰ ਊਪਰਿ ਆਕਾਸੁ ॥ ଜୈସେ ଘର ଉପରି ଆକାଶୁ॥ ପୃଥିବୀ ଉପରେ ଆକାଶ।
ਬ੍ਰਹਮ ਗਿਆਨੀ ਕੈ ਮਿਤ੍ਰ ਸਤ੍ਰੁ ਸਮਾਨਿ ॥ ବ୍ରହମ ଗିଆନୀ କୈ ମିତ୍ର ଶତ୍ରୁ ସମାନି॥ ବ୍ରହ୍ମଜ୍ଞାନୀ ପାଇଁ ମିତ୍ର ଏବଂ ଶତ୍ରୁ ସମାନ ହୋଇଥାନ୍ତି।
ਬ੍ਰਹਮ ਗਿਆਨੀ ਕੈ ਨਾਹੀ ਅਭਿਮਾਨ ॥ ବ୍ରହମ ଗିଆନୀ କୈ ନାହି ଅଭିମାନ॥ ବ୍ରହ୍ମଜ୍ଞାନୀର କିଞ୍ଚିତ ମାତ୍ର ଅଭିମାନ ହୁଏନାହିଁ।
ਬ੍ਰਹਮ ਗਿਆਨੀ ਊਚ ਤੇ ਊਚਾ ॥ ବ୍ରହମ ଗିଆନୀ ଉଚ ତେ ଉଚା॥ ବ୍ରହ୍ମଜ୍ଞାନୀ ଉଚ୍ଚ-ସର୍ବୋଚ୍ଚ ଅଟେ।
ਮਨਿ ਅਪਨੈ ਹੈ ਸਭ ਤੇ ਨੀਚਾ ॥ ମନି ଅପନଇ ହୈ ସଭ ତେ ନୀଚା॥ ପରନ୍ତୁ ନିଜ ମନରେ ସେ ସବୁଠାରୁ ନିମ୍ନ ହୋଇଥାଏ।
ਬ੍ਰਹਮ ਗਿਆਨੀ ਸੇ ਜਨ ਭਏ ॥ ବ୍ରହମ ଗିଆନୀ ସେ ଜନ ଭଏ॥ ହେ ନାନକ! କେବଳ ସେହି ପୁରୁଷ ବ୍ରହ୍ମଜ୍ଞାନୀ ବନିଥାଏ,
ਨਾਨਕ ਜਿਨ ਪ੍ਰਭੁ ਆਪਿ ਕਰੇਇ ॥੨॥ ନାନକ ଜିନ ପ୍ରଭୁ ଆପି କରେଡ॥2॥ ଯାହାକୁ ପରମେଶ୍ଵର ସ୍ଵୟଂ ବନାଇ ଥାଆନ୍ତି॥2॥
ਬ੍ਰਹਮ ਗਿਆਨੀ ਸਗਲ ਕੀ ਰੀਨਾ ॥ ବ୍ରହମ ଗିଆନୀ ଶଗଲ କୀ ରୀନା॥ ବ୍ରହ୍ମଜ୍ଞାନୀ ସବୁଙ୍କ ଚରଣ-ଧୂଳି ଅଟେ।
ਆਤਮ ਰਸੁ ਬ੍ਰਹਮ ਗਿਆਨੀ ਚੀਨਾ ॥ ଆତମ ରସୁ ବ୍ରହମ ଗିଆନୀ ଚୀନା॥ ବ୍ରହ୍ମଜ୍ଞାନୀ ଆତ୍ମିକ ଆନନ୍ଦର ଅନୁଭବ କରିଥାଏ।
ਬ੍ਰਹਮ ਗਿਆਨੀ ਕੀ ਸਭ ਊਪਰਿ ਮਇਆ ॥ ବ୍ରହମ ଗିଆନୀ କୀ ସଭ ଉପରି ମଇଆ॥ ବ୍ରହ୍ମଜ୍ଞାନୀ ସବୁଙ୍କ ଉପରେ କୃପା କରିଥାଏ।
ਬ੍ਰਹਮ ਗਿਆਨੀ ਤੇ ਕਛੁ ਬੁਰਾ ਨ ਭਇਆ ॥ ବ୍ରହମ ଗିଆନୀ ତେ କଛୁ ବୁରା ନ ଭଇଆ॥ ବ୍ରହ୍ମଜ୍ଞାନୀ ପାଖରେ କୌଣସି ମନ୍ଦ ବୁଦ୍ଧି ନଥାଏ।
ਬ੍ਰਹਮ ਗਿਆਨੀ ਸਦਾ ਸਮਦਰਸੀ ॥ ବ୍ରହମ ଗିଆନୀ ସଦା ସମଦରସୀ॥ ବ୍ରହ୍ମଜ୍ଞାନୀ ସର୍ବଦା ସମଦର୍ଶୀ ହୋଇଥାଏ।


© 2025 SGGS ONLINE
error: Content is protected !!
Scroll to Top