Page 263
ਨਾਨਕ ਤਾ ਕੈ ਲਾਗਉ ਪਾਏ ॥੩॥
ନାନକ ତା କୈ ଲାଗଉ ପାଏ॥3॥
ହେ ନାନକ! ମୁଁ ସେହି ସ୍ମରଣ କରିବା ବାଲା ମହାପୁରୁଷଙ୍କ ଚରଣ ସ୍ପର୍ଶ କରିଥାଏ ॥3॥
ਪ੍ਰਭ ਕਾ ਸਿਮਰਨੁ ਸਭ ਤੇ ਊਚਾ ॥
ପ୍ରଭ କା ସିମରନି ସଭ ତେ ଉଚା॥
ପ୍ରଭୁଙ୍କ ସ୍ମରଣ ସବୁଠାରୁ ଉଚ୍ଚ ଅଟେ।
ਪ੍ਰਭ ਕੈ ਸਿਮਰਨਿ ਉਧਰੇ ਮੂਚਾ ॥
ପ୍ରଭ କୈ ସିମରନି ଉଧରେ ମୂଚା॥
ପ୍ରଭୁଙ୍କ ସ୍ମରଣ କରିଲେ ଅନେକ ପ୍ରାଣୀ ଉଦ୍ଧାର ହୋଇଯାନ୍ତି।
ਪ੍ਰਭ ਕੈ ਸਿਮਰਨਿ ਤ੍ਰਿਸਨਾ ਬੁਝੈ ॥
ପ୍ରଭ କୈ ସିମରନି ତ୍ରିସନା ବୁଝଇ॥
ପ୍ରଭୁଙ୍କ ସ୍ମରଣ କରିଲେ ତୃଷ୍ଣା ଦୂର ହୋଇଯାଏ।
ਪ੍ਰਭ ਕੈ ਸਿਮਰਨਿ ਸਭੁ ਕਿਛੁ ਸੁਝੈ ॥
ପ୍ରଭ କୈ ସିମରନି ସଭୁ କିଛୁ ସୁଝଇ॥
ପ୍ରଭୁଙ୍କ ସ୍ମରଣ କରିଲେ ସବୁ କିଛି ବୁଝା ପଡିଯାଏ ।
ਪ੍ਰਭ ਕੈ ਸਿਮਰਨਿ ਨਾਹੀ ਜਮ ਤ੍ਰਾਸਾ ॥
ପ୍ରଭ କୈ ସିମରନି ନାହୀ ଜମ ତ୍ରାସା॥
ପ୍ରଭୁଙ୍କ ସ୍ମରଣ କରିଲେ ଯମର ଭୟ ନିବୃତ୍ତ ହୋଇଯାଏ।
ਪ੍ਰਭ ਕੈ ਸਿਮਰਨਿ ਪੂਰਨ ਆਸਾ ॥
ପ୍ରଭ କୈ ସିମରନି ପୂରନ ଆସା॥
ପ୍ରଭୁଙ୍କ ସ୍ମରଣ କରିଲେ ଅଭିଳାଷ ପୁରା ହୋଇଯାଏ।
ਪ੍ਰਭ ਕੈ ਸਿਮਰਨਿ ਮਨ ਕੀ ਮਲੁ ਜਾਇ ॥
ପ୍ରଭ କୈ ସିମରନି ମନ କୀ ମଲୁ ଜାଇ॥
ପ୍ରଭୁଙ୍କ ସ୍ମରଣ କରିଲେ ମନର ମଇଳା ସଫା ହୋଇଯାଏ।
ਅੰਮ੍ਰਿਤ ਨਾਮੁ ਰਿਦ ਮਾਹਿ ਸਮਾਇ ॥
ଅମ୍ରିତ ନାମୁ ରିଦ ମାହି ସମାଇ॥
ଆଉ ଭଗବାନଙ୍କ ଅମୃତ ନାମ ହୃଦୟରେ ରାହିଯାଏ।
ਪ੍ਰਭ ਜੀ ਬਸਹਿ ਸਾਧ ਕੀ ਰਸਨਾ ॥
ପ୍ରଭ ଜୀ ବସହି ସାଧ କୀ ରସନା॥
ପୂଜନୀୟ ପ୍ରଭୁ ନିଜର ସନ୍ଥଙ୍କ ଇଚ୍ଛାରେ ନିବାସ କରିଥାନ୍ତି।
ਨਾਨਕ ਜਨ ਕਾ ਦਾਸਨਿ ਦਸਨਾ ॥੪॥
ନାନକ ଜନ କା ଦାସନି ଦଶନା॥4॥
ହେ ନାନକ! ମୁଁ ଗୁରୁମୁଖୀଙ୍କ ଦାସର ଦାସ ଅଟେ ॥4॥
ਪ੍ਰਭ ਕਉ ਸਿਮਰਹਿ ਸੇ ਧਨਵੰਤੇ ॥
ପ୍ରଭ କଉ ସିମରହି ସେ ଧନବନ୍ତେ॥
ପ୍ରଭୁଙ୍କ ସ୍ମରଣ କରିଲେ ବ୍ୟକ୍ତି ଧନବାନ ହୋଇଥାଏ।
ਪ੍ਰਭ ਕਉ ਸਿਮਰਹਿ ਸੇ ਪਤਿਵੰਤੇ ॥
ପ୍ରଭ କଉ ସିମରହି ସେ ପତିବନ୍ତେ॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ସେହି ବ୍ୟକ୍ତି ଇଜ୍ଜତଦାର ହୋଇଥାଏ।
ਪ੍ਰਭ ਕਉ ਸਿਮਰਹਿ ਸੇ ਜਨ ਪਰਵਾਨ ॥
ପ୍ରଭ କଉ ସିମରହି ସେ ଜନ ପରବାନ॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ସେ ପ୍ରଭୁଙ୍କ ଦରବାରରେ ସ୍ଵୀକୃତ ହୋଇଥାଏ।
ਪ੍ਰਭ ਕਉ ਸਿਮਰਹਿ ਸੇ ਪੁਰਖ ਪ੍ਰਧਾਨ ॥
ପ୍ରଭ କଉ ସିମରହି ସେ ପୁରଖ ପ୍ରଧାନ॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ସେ ଜଗତରେ ପ୍ରସିଦ୍ଧ ହୋଇଯାଏ।
ਪ੍ਰਭ ਕਉ ਸਿਮਰਹਿ ਸਿ ਬੇਮੁਹਤਾਜੇ ॥
ପ୍ରଭ କଉ ସିମରହି ସି ବେମୁହତାଜେ॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ସେ କାହାର ଆଶ୍ରିତ ରହେ ନାହିଁ।
ਪ੍ਰਭ ਕਉ ਸਿਮਰਹਿ ਸਿ ਸਰਬ ਕੇ ਰਾਜੇ ॥
ପ୍ରଭ କଉ ସିମରହି ସି ସରବ କେ ରାଜେ॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ସେ ସବୁଙ୍କ ସମ୍ରାଟ ହୁଏ।
ਪ੍ਰਭ ਕਉ ਸਿਮਰਹਿ ਸੇ ਸੁਖਵਾਸੀ ॥
ପ୍ରଭ କଉ ସିମରହି ସେ ସୁଖବାସୀ॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ସେ ସୁଖରେ ନିବାସ କରିଥାଏ।
ਪ੍ਰਭ ਕਉ ਸਿਮਰਹਿ ਸਦਾ ਅਬਿਨਾਸੀ ॥
ପ୍ରଭ କଉ ସିମରହି ସଦା ଅବିନାଶୀ॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ସେ ଅମର ହୋଇଯାଏ।
ਸਿਮਰਨ ਤੇ ਲਾਗੇ ਜਿਨ ਆਪਿ ਦਇਆਲਾ ॥
ସୀମରନ ତେ ଲାଗେ ଜିନ ଆପି ଦଇଆଲା॥
ଯାହା ଉପରେ ଇଶ୍ଵର ଦୟାଳୁ ହୋଇଥାନ୍ତି, କେବଳ ସେହି ବ୍ୟକ୍ତି ପ୍ରଭୁଙ୍କ ସ୍ମରଣ କରିଥାଏ।
ਨਾਨਕ ਜਨ ਕੀ ਮੰਗੈ ਰਵਾਲਾ ॥੫॥
ନାନକ ଜନ କୀ ମଙ୍ଗଇ ରବାଲା॥5॥
ହେ ନାନକ! ମୁଁ ପ୍ରଭୁଙ୍କ ସେବକଙ୍କ ଚରଣ ଧୁଳି ମାଗୁଅଛି ॥5॥
ਪ੍ਰਭ ਕਉ ਸਿਮਰਹਿ ਸੇ ਪਰਉਪਕਾਰੀ ॥
ପ୍ରଭ କଉ ସିମରହି ସେ ପରଉପକାରୀ॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ସେ ପରୋପକାରୀ ବନିଯାଏ।
ਪ੍ਰਭ ਕਉ ਸਿਮਰਹਿ ਤਿਨ ਸਦ ਬਲਿਹਾਰੀ ॥
ପ୍ରଭ କଉ ସିମରହି ତିନ ସଦ ବଲିହାରୀ॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ତାହା ପ୍ରତି ମୁଁ ସଦା ସମର୍ପିତ।
ਪ੍ਰਭ ਕਉ ਸਿਮਰਹਿ ਸੇ ਮੁਖ ਸੁਹਾਵੇ ॥
ପ୍ରଭ କଉ ସିମରହି ସେ ମୁଖ ସୁହାବେ॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ତାହାର ମୁଖ ଅତି ସୁନ୍ଦର ହୋଇଥାଏ।
ਪ੍ਰਭ ਕਉ ਸਿਮਰਹਿ ਤਿਨ ਸੂਖਿ ਬਿਹਾਵੈ ॥
ପ୍ରଭ କଉ ସିମରହି ତିନ ସୁଖୀ ବିହାବୈ॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ସେ ନିଜ ଜୀବନ ସୁଖପୂର୍ବକ ଅତିବାହିତ କରେ।
ਪ੍ਰਭ ਕਉ ਸਿਮਰਹਿ ਤਿਨ ਆਤਮੁ ਜੀਤਾ ॥
ପ୍ରଭ କଉ ସିମରହି ତିନ ଆତମୁ ଜୀତା॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ସେ ନିଜ ମନକୁ ଜିତିଥାଏ।
ਪ੍ਰਭ ਕਉ ਸਿਮਰਹਿ ਤਿਨ ਨਿਰਮਲ ਰੀਤਾ ॥
ପ୍ରଭ କଉ ସିମରହି ତିନ ନିରମଲ ରୀତା॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ତାହାର ଜୀବନ-ଆଚରଣ ପବିତ୍ର ହୋଇଯାଏ।
ਪ੍ਰਭ ਕਉ ਸਿਮਰਹਿ ਤਿਨ ਅਨਦ ਘਨੇਰੇ ॥
ପ୍ରଭ କଉ ସିମରହି ତିନ ଅନଦ ଧନେରେ॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ତାହାକୁ ଅନେକ ଖୁସି ଓ ହର୍ଷ ଉଲ୍ଲାସ ପ୍ରାପ୍ତ ହୋଇଥାଏ।
ਪ੍ਰਭ ਕਉ ਸਿਮਰਹਿ ਬਸਹਿ ਹਰਿ ਨੇਰੇ ॥
ପ୍ରଭ କଉ ସିମରହି ବସହି ହରି ନେରେ॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ସେ ଈଶ୍ବରଙ୍କ ନିକଟରେ ବାସ କରିଥାଏ।
ਸੰਤ ਕ੍ਰਿਪਾ ਤੇ ਅਨਦਿਨੁ ਜਾਗਿ ॥
ସନ୍ତ କ୍ରିପା ତେ ଅନାଦିନୁ ଜାଗି॥
ସନ୍ଥଙ୍କ କୃପାରୁ ସେ ରାତିଦିନ ଜାଗ୍ରତ ରହିଥାଏ।
ਨਾਨਕ ਸਿਮਰਨੁ ਪੂਰੈ ਭਾਗਿ ॥੬॥
ନାନକ ସୀମରନୁ ପୂରଇ ଭାଗି॥6॥
ହେ ନାନକ! ପ୍ରଭୁଙ୍କ ସ୍ମରଣର ଉପହାର ଭାଗ୍ୟରେ ହିଁ ପ୍ରାପ୍ତ ହୋଇଥାଏ ॥6॥
ਪ੍ਰਭ ਕੈ ਸਿਮਰਨਿ ਕਾਰਜ ਪੂਰੇ ॥
ପ୍ରଭ କଉ ସିମରହି କାରଜ ପୂରେ॥
ପ୍ରଭୁଙ୍କୁ ସ୍ମରଣ କରିଲେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଏ।
ਪ੍ਰਭ ਕੈ ਸਿਮਰਨਿ ਕਬਹੁ ਨ ਝੂਰੇ ॥
ପ୍ରଭ କଉ ସିମରହି କବହୁ ନ ଝୂରେ॥
ଯିଏ ପ୍ରଭୁଙ୍କ ସ୍ମରଣ କରିଥାଏ, ପ୍ରାଣୀ କେବେ ଚିନ୍ତା-କ୍ଳେଶର ବଶରେ ପଡେ ନାହିଁ।
ਪ੍ਰਭ ਕੈ ਸਿਮਰਨਿ ਹਰਿ ਗੁਨ ਬਾਨੀ ॥
ପ୍ରଭ କଉ ସିମରହି ହରି ଗୁନ ବାନୀ॥
ପ୍ରଭୁଙ୍କ ସ୍ମରଣ ଦ୍ଵାରା ମନୁଷ୍ୟ ଭଗବାନଙ୍କ ଗୁଣସ୍ତୁତିର ବାଣୀ କରିଥାଏ।
ਪ੍ਰਭ ਕੈ ਸਿਮਰਨਿ ਸਹਜਿ ਸਮਾਨੀ ॥
ପ୍ରଭ କଉ ସିମରହି ସହଜି ସମାନୀ॥
ପ୍ରଭୁଙ୍କ ସ୍ମରଣ ଦ୍ଵାରା ମନୁଷ୍ୟ ସ୍ଵାଭାବିକ ଭାବରେ ହିଁ ପରମାତ୍ମାଙ୍କ ଠାରେ ଲୀନ ହୋଇଯାଏ।
ਪ੍ਰਭ ਕੈ ਸਿਮਰਨਿ ਨਿਹਚਲ ਆਸਨੁ ॥
ପ୍ରଭ କଉ ସିମରହି ନିହଚଳ ଆସନୁ॥
ପ୍ରଭୁଙ୍କ ସ୍ମରଣ ଦ୍ଵାରା ସେ ଅଟଳ ଆସନ ପ୍ରାପ୍ତ କରିଥାଏ।
ਪ੍ਰਭ ਕੈ ਸਿਮਰਨਿ ਕਮਲ ਬਿਗਾਸਨੁ ॥
ପ୍ରଭ କଉ ସିମରହି କମଲ ବିଗାସନୁ॥
ପ୍ରଭୁଙ୍କ ସ୍ମରଣ ଦ୍ଵାରା ମନୁଷ୍ୟର ହୃଦୟରେ କମଳ ପ୍ରଫୁଲ୍ଲିତ ହୋଇଯାଏ।
ਪ੍ਰਭ ਕੈ ਸਿਮਰਨਿ ਅਨਹਦ ਝੁਨਕਾਰ ॥
ପ୍ରଭ କଉ ସିମରହି ଅନହଦ ଝୁନକାର॥
ପ୍ରଭୁଙ୍କ ସ୍ମରଣ ଦ୍ଵାରା ଦିବ୍ୟ ଭଜନ ଗୁଞ୍ଜନ କରିଥାଏ।
ਸੁਖੁ ਪ੍ਰਭ ਸਿਮਰਨ ਕਾ ਅੰਤੁ ਨ ਪਾਰ ॥
ସୁଖୁ ପ୍ରଭ ସିମରହି କା ଅନ୍ତୁ ନ ପାର॥
ପ୍ରଭୁଙ୍କ ସ୍ମରଣ ଦ୍ଵାରା ସୁଖର କୌଣସି ଅନ୍ତ ନଥାଏ।
ਸਿਮਰਹਿ ਸੇ ਜਨ ਜਿਨ ਕਉ ਪ੍ਰਭ ਮਇਆ ॥
ସିମରହି ସେ ଜନ ଜିନ କଉ ପ୍ରଭ ମଇଆ॥
ଯେଉଁ ପ୍ରାଣୀ ଉପରେ ପ୍ରଭୁଙ୍କ କୃପା ହୋଇଥାଏ, ସେ ତାହାଙ୍କ ସ୍ମରଣ କରିଥାଏ।
ਨਾਨਕ ਤਿਨ ਜਨ ਸਰਨੀ ਪਇਆ ॥੭॥
ନାନକ ତିନ ଜନ ସରଣି ପଇଆ॥7॥
ହେ ନାନକ! (କେହି ଭାଗ୍ୟଶାଳୀ ହିଁ) ସେହି ପ୍ରଭୁଙ୍କ ସ୍ମରଣ କରିବା ବାଲାଙ୍କ ଶରଣ ନେଇଥାଏ ॥7॥
ਹਰਿ ਸਿਮਰਨੁ ਕਰਿ ਭਗਤ ਪ੍ਰਗਟਾਏ ॥
ହରି ସିମରନୁ କରି ଭଗତ ପ୍ରଗଟାଏ॥
ଭଗବାନଙ୍କ ସ୍ମରଣ କରି ଭକ୍ତ ଦୁନିଆରେ ଲୋକପ୍ରିୟ ହୋଇଥାଏ।
ਹਰਿ ਸਿਮਰਨਿ ਲਗਿ ਬੇਦ ਉਪਾਏ ॥
ହରି ସିମରନି ଲଗି ବେଦ ଉପାଏ॥
ଭଗବାନଙ୍କ ସ୍ମରଣରେ ହିଁ ସମ୍ମିଳିତ ହୋଇ ବେଦ ଇତ୍ୟାଦି ଧାର୍ମିକ ଗ୍ରନ୍ଥ ରଚନା କରାଯାଇଛି।
ਹਰਿ ਸਿਮਰਨਿ ਭਏ ਸਿਧ ਜਤੀ ਦਾਤੇ ॥
ହରି ସିମରନି ଭଏ ସିଧ ଜତୀ ଦାତେ॥
ଭଗବାନଙ୍କ ସ୍ମରଣ ଦ୍ଵାରା ହିଁ ମନୁଷ୍ୟ ସିଦ୍ଧ, ବ୍ରହ୍ମଚାରୀ ଏବଂ ଦାନବୀର ବନିଯାଏ।
ਹਰਿ ਸਿਮਰਨਿ ਨੀਚ ਚਹੁ ਕੁੰਟ ਜਾਤੇ ॥
ହରି ସିମରନି ନୀଚ ଚହୁ କୁଣ୍ଟ ଜାତେ॥
ଭଗବାନଙ୍କ ସ୍ମରଣ ଦ୍ଵାରା ହିଁ ନୀଚ ପୁରୁଷ ଚାରି ଦିଗରେ ପ୍ରସିଦ୍ଧ ହୋଇଛି।
ਹਰਿ ਸਿਮਰਨਿ ਧਾਰੀ ਸਭ ਧਰਨਾ ॥
ହରି ସିମରନି ଧାରୀ ସଭ ଧରନା॥
ଭଗବାନଙ୍କ ସ୍ମରଣ ହିଁ ସଂପୂର୍ଣ୍ଣ ଧରିତ୍ରିକୁ ଧାରଣ କରିଛି।
ਸਿਮਰਿ ਸਿਮਰਿ ਹਰਿ ਕਾਰਨ ਕਰਨਾ ॥
ସିମରି ସିମରି ହରି କାରନ କରନା॥
ହେ ଜିଜ୍ଞାସୁ! ସଂସାରର କର୍ତ୍ତା ପରମେଶ୍ଵରଙ୍କୁ ସଦା ସ୍ମରଣ କର।
ਹਰਿ ਸਿਮਰਨਿ ਕੀਓ ਸਗਲ ਅਕਾਰਾ ॥
ହରି ସିମରନି କିଓ ସଗଲ ଅକାରା॥
ପ୍ରଭୁ ନିଜ ସ୍ମରଣ ପାଇଁ ସୃଷ୍ଟି ରଚନା କରିଛନ୍ତି।
ਹਰਿ ਸਿਮਰਨ ਮਹਿ ਆਪਿ ਨਿਰੰਕਾਰਾ ॥
ହରି ସିମରନି ମହି ଆପି ନିରଙ୍କାରା॥
ଯେଉଁଠି ପ୍ରଭୁଙ୍କ ସ୍ମରଣ ହୋଇଥାଏ, ସେହି ସ୍ଥାନରେ ସ୍ଵୟଂ ନିରଙ୍କାର ବିଦ୍ୟମାନ ଥାଆନ୍ତି।
ਕਰਿ ਕਿਰਪਾ ਜਿਸੁ ਆਪਿ ਬੁਝਾਇਆ ॥
କରି କିରପା ଜିସୁ ଆପି ବୁଝାଇଆ॥
ହେ ନାନକ! ଭଗବାନ ଯେଉଁ କୃପା କରି ସ୍ମରଣର ଜ୍ଞାନ ପ୍ରଦାନ କରିଛନ୍ତି,
ਨਾਨਕ ਗੁਰਮੁਖਿ ਹਰਿ ਸਿਮਰਨੁ ਤਿਨਿ ਪਾਇਆ ॥੮॥੧॥
ନାନକ ଗୁରମୁଖୀ ହରି ସିମରନୁ ତିନି ପାଇଆ ॥8॥1॥
ଗୁରୁଙ୍କ ମାଧ୍ୟମରୁ ଏପରି ବ୍ୟକ୍ତିକୁ ଭଗବାନଙ୍କ ସ୍ମରଣର ଦିନ ମିଳିଯାଇଥାଏ। ॥8॥1॥
ਸਲੋਕੁ ॥
ସଲୋକୁ॥
ଶ୍ଳୋକ॥
ਦੀਨ ਦਰਦ ਦੁਖ ਭੰਜਨਾ ਘਟਿ ਘਟਿ ਨਾਥ ਅਨਾਥ ॥
ଦୀନ ଦରଦ ଦୁଖ ଭଞ୍ଜନା ଘଟି ଘଟି ନାଥ ଅନାଥ॥
ହେ ଦୀନର ଯନ୍ତ୍ରଣା ଏବଂ ଦୁଃଖ ନାଶ କରିବା ବାଲା ପ୍ରଭୁ!ହେ ପ୍ରତ୍ୟେକ ଶରୀରରେ ବ୍ୟାପକ ସ୍ଵାମୀ! ହେ ଅନାଥର ନାଥ ପରମାତ୍ମା!
ਸਰਣਿ ਤੁਮ੍ਹ੍ਹਾਰੀ ਆਇਓ ਨਾਨਕ ਕੇ ਪ੍ਰਭ ਸਾਥ ॥੧॥
ସରଣି ତୁମ୍ହାରୀ ଆଇଓ ନାନକ କେ ପ୍ରଭ ସାଥ ॥1॥
ମୁଁ ତୋର ଶରଣରେ ଆସିଛି, ଆପଣ ପ୍ରଭୁ ମୋର (ନାନକଙ୍କ) ସାଥି ରେ ଅଛନ୍ତି ॥1॥