Guru Granth Sahib Translation Project

guru granth sahib odia page-268

Page 268

ਇਆਹੂ ਜੁਗਤਿ ਬਿਹਾਨੇ ਕਈ ਜਨਮ ॥ ହଆହୁ ଯୁଗତି ବିହାନେ କଇ ଜନମ॥ ଏହିଭଳି ଭାବରେ ମନୁଷ୍ୟ ଅନେକ ଜନ୍ମ ଅତିବାହିତ କରିଥାଏ।
ਨਾਨਕ ਰਾਖਿ ਲੇਹੁ ਆਪਨ ਕਰਿ ਕਰਮ ॥੭॥ ନାନକ ରାଖୀ ଲେହୁ ଆପନ କରି କରମ॥7॥ ନାନକଙ୍କ ବିନତି ଯେ ହେ ପ୍ରଭୁ! ନିଜର କୃପା କରି ଜୀବକୁ ଭବସାଗରରୁ ବଞ୍ଛାଅ॥7॥
ਤੂ ਠਾਕੁਰੁ ਤੁਮ ਪਹਿ ਅਰਦਾਸਿ ॥ ତୁ ଠାକୁରୁ ତୁମ ପହି ଅରଦାସୀ॥ (ହେ ଇଶ୍ଵର!) ତୁମେ ମାଲିକ ଅଟ ( ଆମ ଜୀବର) ତୁମ ଆଗରେ ହିଁ ପ୍ରାର୍ଥନା ଅଛି।
ਜੀਉ ਪਿੰਡੁ ਸਭੁ ਤੇਰੀ ਰਾਸਿ ॥ ଜୀଉ ପିଣ୍ଡୁ ସଭୁ ତେରୀ ରାସୀ॥ ଏହି ଆତ୍ମା ଏବଂ ଶରୀର ସବୁ ତୋର ହିଁ ପୁଞ୍ଜି ଅଟେ।
ਤੁਮ ਮਾਤ ਪਿਤਾ ਹਮ ਬਾਰਿਕ ਤੇਰੇ ॥ ମ ମାତ ପିତା ହମ ବାରିକ ତେରେ॥ ତୁମେ ଆମର ମା'- ବାପା ଅଟ , ଆମେ ତୁମର ସନ୍ତାନ ଅଟୁ
ਤੁਮਰੀ ਕ੍ਰਿਪਾ ਮਹਿ ਸੂਖ ਘਨੇਰੇ ॥ ତୁମରି କ୍ରିପା ମହି ସୁଖ ଧନେରେ॥ ତୁମ କୃପାରେ ବହୁତ ସାରା ସୁଖ ଅଛି।
ਕੋਇ ਨ ਜਾਨੈ ਤੁਮਰਾ ਅੰਤੁ ॥ କୋଇ ନ ଯାନଇ ତୁମରା ଅନ୍ତୁ॥ ହେ ପ୍ରଭୁ! ତୁମର ଅନ୍ତ କେହି ପାଇପାରିବ ନାହିଁ।
ਊਚੇ ਤੇ ਊਚਾ ਭਗਵੰਤ ॥ ଉଚ୍ଚେ ତେ ଉଚ୍ଚା ଭଗବନ୍ତ॥ ସବୁଠାରୁ ଉଚ୍ଚ ଭଗବାନ ଅଟ।
ਸਗਲ ਸਮਗ੍ਰੀ ਤੁਮਰੈ ਸੂਤ੍ਰਿ ਧਾਰੀ ॥ ଶଗଲ ସମଗ୍ରୀ ତୁମରଇ ସୂତ୍ରୀ ଧାରୀ॥ ସଂପୂର୍ଣ୍ଣ ଜଗତ ତୁମ ଦ୍ଵାରା ହୋଇଥିବା ସୃଷ୍ଟି ତୁମର ହିଁ ଆଜ୍ଞାରେ ଚାଲୁଅଛି।
ਤੁਮ ਤੇ ਹੋਇ ਸੁ ਆਗਿਆਕਾਰੀ ॥ ତୁମ ତେ ହୋଇ ସୁ ଆଗିଆକାରୀ ॥ ଯାହା କିଛି ସୃଷ୍ଟିରେ ଉତ୍ପନ୍ନ ହୋଇଛି, ତୁମର ହିଁ ଆଜ୍ଞାରେ ଚାଲୁଅଛି।
ਤੁਮਰੀ ਗਤਿ ਮਿਤਿ ਤੁਮ ਹੀ ਜਾਨੀ ॥ ତୁମରୀ ଗତି ମିତି ତୁମ ହୀ ଜାନୀ॥ ତୋର ଗତି ଏବଂ ମର୍ଯ୍ୟାଦାକୁ କେବଳ ତୁ ହିଁ ଜାଣି ଅଛୁ।
ਨਾਨਕ ਦਾਸ ਸਦਾ ਕੁਰਬਾਨੀ ॥੮॥੪॥ ନାନକ ଦାସ ସଦା କୁରବାନୀ॥8॥4॥ ହେ ନାନକ! ତୋର ସେବକ ସଦା ତୋ’ ପାଖରେ ସମର୍ପିତ ଅଛି ॥8॥4॥
ਸਲੋਕੁ ॥ ସଲୋକୁ ॥ ଶ୍ଳୋକ॥
ਦੇਨਹਾਰੁ ਪ੍ਰਭ ਛੋਡਿ ਕੈ ਲਾਗਹਿ ਆਨ ਸੁਆਇ ॥ ଦେନହାରୁ ପ୍ରଭ ଛୋଡି କୈ ଲାଗହି ଆନ ସୁଆହ॥ ଦାତା ପ୍ରଭୁଙ୍କୁ ଛାଡି (ଜୀବ) ଅନ୍ୟ ସ୍ବାଦରେ ଲାଗି ଥାଏ, ପରନ୍ତୁ
ਨਾਨਕ ਕਹੂ ਨ ਸੀਝਈ ਬਿਨੁ ਨਾਵੈ ਪਤਿ ਜਾਇ ॥੧॥ ନାନକ କହୁ ନ ସିଝଇ ବିନୁ ନାବୈ ପଟି ଯାଇ॥1॥ ହେ ନାନକ! ଏପରି ପ୍ରାଣୀ କେବେ ସଫଳ ହୁଏ ନାହିଁ, (କାରଣ ପ୍ରଭୁଙ୍କ)ନାମ ବିନା ଇଜ୍ଜତ ରହେ ନାହିଁ। ॥1॥
ਅਸਟਪਦੀ ॥ ଅସଟପଦୀ॥ ଅଷ୍ଟପଦୀ॥
ਦਸ ਬਸਤੂ ਲੇ ਪਾਛੈ ਪਾਵੈ ॥ ଦଶ ବସତୁ ଲେ ପାଛଇ ପାବୈ॥ ମନୁଷ୍ୟ (ଈଶ୍ଵରଙ୍କ ଠାରୁ) ଦଶ ବସ୍ତୁ ନେଇ ପଛରେ ରଖିଥାଏ।
ਏਕ ਬਸਤੁ ਕਾਰਨਿ ਬਿਖੋਟਿ ਗਵਾਵੈ ॥ ଏକ ବସତୁ କାରନୀ ବିଖୋଟି ଗବାବୈ॥ (ପରନ୍ତୁ) ଏକ ବସ୍ତୁ ପାଇଁ ସେ ନିଜ ବିଶ୍ୱାସ ହରାଇ ଥାଏ।
ਏਕ ਭੀ ਨ ਦੇਇ ਦਸ ਭੀ ਹਿਰਿ ਲੇਇ ॥ ଏକ ଭୀ ନ ଦେଇ ଦଶ ଭୀ ହିରି ଲେଇ॥ ଯଦି ପ୍ରଭୁ ଏକ ବସ୍ତୁ ମଧ୍ୟ ଦିଅନ୍ତି ନାହିଁ ଆଉ ଦଶଟି ମଧ୍ୟ ନେଇ ଯାଆନ୍ତି
ਤਉ ਮੂੜਾ ਕਹੁ ਕਹਾ ਕਰੇਇ ॥ ତଉ ମୁଣ୍ଡା କହୁ କାହା କରେଇ॥ ତାହାହେଲେ, କୁହ ଏହି ମୂର୍ଖ କଣ କରିପାରିବ?
ਜਿਸੁ ਠਾਕੁਰ ਸਿਉ ਨਾਹੀ ਚਾਰਾ ॥ ଜିସୁ ଠାକୁର ସିଉ ନାହି ଚାରା॥ ଯେଉଁ ଠାକୁରଙ୍କ ସମ୍ମୁଖରେ କେହି ବଳ ପ୍ରୟୋଗ କରିପାରେ ନାହିଁ,
ਤਾ ਕਉ ਕੀਜੈ ਸਦ ਨਮਸਕਾਰਾ ॥ ତା କଉ କୀଜଇ ସଦ ନମସକାରା॥ ତାହାଙ୍କ ସମ୍ମୁଖରେ ସର୍ବଦା ପ୍ରଣାମ କରିବା ଉଚିତ।
ਜਾ ਕੈ ਮਨਿ ਲਾਗਾ ਪ੍ਰਭੁ ਮੀਠਾ ॥ ଜା କୈ ମନି ଲାଗା ପ୍ରଭୁ ମୀଠା॥ ଯାହାର ମନକୁ ପ୍ରଭୁ ମିଠା ଲାଗିଥାନ୍ତି,
ਸਰਬ ਸੂਖ ਤਾਹੂ ਮਨਿ ਵੂਠਾ ॥ ସରବ ସୁଖ ତାହୁ ମନି ବୁଠା॥ ସମସ୍ତ ସୁଖ ତାହାର ମନରେ ବାସ କରିଥାଏ।
ਜਿਸੁ ਜਨ ਅਪਨਾ ਹੁਕਮੁ ਮਨਾਇਆ ॥ ଜିସୁ ଜନ ଅପନା ହୁକମୁ ମନାଇଆ॥ ହେ ନାନକ! ଯେଉଁ ବ୍ୟକ୍ତି ଦ୍ଵାରା ପରମେଶ୍ଵର ନିଜ ହୁକୁମ ପାଳନ କରାଇଥାନ୍ତି,
ਸਰਬ ਥੋਕ ਨਾਨਕ ਤਿਨਿ ਪਾਇਆ ॥੧॥ ସରବ ଥୋକ ନାନକ ତିନି ପାଇଆ॥1॥ ସଂସାରର ସମସ୍ତ ପଦାର୍ଥ ସେ ପାଇନିଏ ॥1॥
ਅਗਨਤ ਸਾਹੁ ਅਪਨੀ ਦੇ ਰਾਸਿ ॥ ଅଗନତ ସାହୁ ଅପନୀ ଦେ ରାସୀ॥ ସାହୁକାର ପ୍ରଭୁ ପ୍ରାଣିକୁ ପଦାର୍ଥର ଅସଂଖ୍ୟ ପୁଞ୍ଜି ପ୍ରଦାନ କରିଛନ୍ତି।
ਖਾਤ ਪੀਤ ਬਰਤੈ ਅਨਦ ਉਲਾਸਿ ॥ ଖାତ ପୀତ ବରତଇ ଅନଦ ଅଲାସି॥ ପ୍ରାଣୀ ତାହାକୁ ଆନନ୍ଦ ଉଲ୍ଲାସରେ ଖାଇଥାଏ, ପିଇଥାଏ ଏବଂ ଉପଯୋଗ କରିଥାଏ।
ਅਪੁਨੀ ਅਮਾਨ ਕਛੁ ਬਹੁਰਿ ਸਾਹੁ ਲੇਇ ॥ ଅପୁନୀ ଅମାନ କଛୁ ବହୁରି ସାହୁ ଲେଇ॥ ଯଦି ସାହୁକାର ପ୍ରଭୁ ନିଜର କିଛି ଫେରାଇ ନିଅନ୍ତି,
ਅਗਿਆਨੀ ਮਨਿ ਰੋਸੁ ਕਰੇਇ ॥ ଆଗିଆନୀ ମନି ରୋସୁ କରେଇ॥ ତାହାହେଲେ ମୂର୍ଖ ବ୍ୟକ୍ତି ନିଜ ମନରେ କ୍ରୋଧ କରିଥାଏ।
ਅਪਨੀ ਪਰਤੀਤਿ ਆਪ ਹੀ ਖੋਵੈ ॥ ଅପନୀ ପରତିତି ଆପ ହି ଖୋବୈ॥ ଏହିପରି ସେ ନିଜ ବିଶ୍ଵାସ ସ୍ଵୟଂ ହିଁ ହରାଇଥାଏ।
ਬਹੁਰਿ ਉਸ ਕਾ ਬਿਸ੍ਵਾਸੁ ਨ ਹੋਵੈ ॥ ବହୁରି ଉସ କା ବିଶ୍ଵାସୁ ନ ହୋବୈ॥ ପ୍ରଭୁ ତାହାକୁ ପୁନର୍ବାର ବିଶ୍ଵାସ କରନ୍ତି ନାହିଁ।
ਜਿਸ ਕੀ ਬਸਤੁ ਤਿਸੁ ਆਗੈ ਰਾਖੈ ॥ ଜିସ କୀ ବସତୁ ତିସୁ ଆଗୈ ରାଖୈ॥ ଯାହାର ବସ୍ତୁ ଅଟେ, ତାହାଙ୍କ ସମ୍ମୁଖରେ ସ୍ଵୟଂ ହିଁ ଖୁସିରେ ରଖିଦେବା ଉଚିତ
ਪ੍ਰਭ ਕੀ ਆਗਿਆ ਮਾਨੈ ਮਾਥੈ ॥ ପ୍ରଭ କୀ ଆଗିଆ ମାନଇ ମାଥଇ॥ ଆଉ ପ୍ରଭୁଙ୍କ ଆଜ୍ଞା ତାହା ପାଇଁ ସହର୍ଷ ମାନିବା ଯୋଗ୍ୟ ଅଟେ।
ਉਸ ਤੇ ਚਉਗੁਨ ਕਰੈ ਨਿਹਾਲੁ ॥ ଉସ ତେ ଚଉଗୁନ କରଇ ନିହାଲୁ॥ ପ୍ରଭୁ ତାହାକୁ ପ୍ରଥମ ଅପେକ୍ଷା ଚାରି ଗୁଣ କୃତାର୍ଥ କରିଥାନ୍ତି।
ਨਾਨਕ ਸਾਹਿਬੁ ਸਦਾ ਦਇਆਲੁ ॥੨॥ ନାନକ ସାହିବୁ ସଦା ଦଇଆଳୁ॥2॥ ହେ ନାନକ! ଇଶ୍ଵର ସର୍ବଦା ଦୟାଳୁ ହୋଇଥାନ୍ତି ॥2॥
ਅਨਿਕ ਭਾਤਿ ਮਾਇਆ ਕੇ ਹੇਤ ॥ ਸਰਪਰ ਹੋਵਤ ਜਾਨੁ ਅਨੇਤ ॥ ଅନିକ ଭାତି ମାଇଆ କେ ହେତ ॥ ସରପର ହୋବତ ଜାନୁ ଅନେତ॥ ମାୟାର ମୋହ ଅନେକ ପ୍ରକାରର ଅଟେ, ପରନ୍ତୁ, ଜାଣି ଥାଅ, ଏହା ସବୁ ଶେଷରେ ନାଶ ହୋଇଯାଏ।
ਬਿਰਖ ਕੀ ਛਾਇਆ ਸਿਉ ਰੰਗੁ ਲਾਵੈ ॥ ବିରଖ କୀ ଛାଇଆ ସିଉ ରଙ୍ଗୁ ଲାବଇ॥ ମନୁଷ୍ୟ ବୃକ୍ଷର ଛାୟା ସହିତ ପ୍ରେମ କରିଥାଏ, (ପରନ୍ତୁ)
ਓਹ ਬਿਨਸੈ ਉਹੁ ਮਨਿ ਪਛੁਤਾਵੈ ॥ ଓହ ବିନସଇ ଉହୁ ମନି ପଛୁତାବଇ॥ ଯେତେବେଳେ ସେ ନାଶ ହୋଇଥାଏ, ସେତେବେଳେ ନିଜ ମନରେ ପଶ୍ଚାତାପ କରିଥାଏ।
ਜੋ ਦੀਸੈ ਸੋ ਚਾਲਨਹਾਰੁ ॥ ଜୋ ଦିଶୈ ସୋ ଚାଲନହାରୁ॥ ଦୃଷ୍ଟିଗୋଚର ଜଗତ କ୍ଷଣଭଙ୍ଗୁର ଅଟେ,
ਲਪਟਿ ਰਹਿਓ ਤਹ ਅੰਧ ਅੰਧਾਰੁ ॥ ଲପଟି ରହିଓ ତହ ଅନ୍ଧ ଅନ୍ଧାରୁ॥ ଏହି ଜଗତରେ ଜ୍ଞାନହୀନ ମନୁଷ୍ୟ ନିଜତ୍ଵ ବନାଇ ବସିଥାଏ।
ਬਟਾਊ ਸਿਉ ਜੋ ਲਾਵੈ ਨੇਹ ॥ ବଟାଉ ସିଉ ଜୋ ଲାବଇ ନେହ॥ ଯେଉଁ ବ୍ୟକ୍ତି ଯାତ୍ରୀଙ୍କ ସହିତ ପ୍ରେମ ଲଗାଇଥାଏ,
ਤਾ ਕਉ ਹਾਥਿ ਨ ਆਵੈ ਕੇਹ ॥ ତା କଉ ହାଥୀ ନ ଆବୈ କେହ॥ ଶେଷରେ ତାହାର ହାତକୁ କିଛି ଆସେ ନାହିଁ।
ਮਨ ਹਰਿ ਕੇ ਨਾਮ ਕੀ ਪ੍ਰੀਤਿ ਸੁਖਦਾਈ ॥ ମନ ହରି କେ ନାମ କୀ ପ୍ରୀତି ସୁଖଦାଇ॥ ହେ ମୋର ମନ! ଭଗବାନଙ୍କ ନାମର ପ୍ରେମ ସୁଖଦାୟକ ଅଟେ।
ਕਰਿ ਕਿਰਪਾ ਨਾਨਕ ਆਪਿ ਲਏ ਲਾਈ ॥੩॥ କରି କିରପା ନାନକ ଆପି ଲଏ ଲାଇ॥3॥ ହେ ନାନକ! ଭଗବାନ ତାହାକୁ ନିଜ ସାଥିରେ ଲଗାଇଥାନ୍ତି, ଯାହା ଉପରେ ସେ କୃପା କରିଥାନ୍ତି ॥3॥
ਮਿਥਿਆ ਤਨੁ ਧਨੁ ਕੁਟੰਬੁ ਸਬਾਇਆ ॥ ମିଥିଆ ତନୁ ଧନୁ କୁଟମବୁ ସବାଇଆ॥ ଏହି ଶରୀର, ଧନ –ଦୌଲତ ଏବଂ ପରିବାର ସବୁ ମିଥ୍ୟା ଅଟେ।
ਮਿਥਿਆ ਹਉਮੈ ਮਮਤਾ ਮਾਇਆ ॥ ମିଥିଆ ହଉମୈ ମମତା ମାଇଆ॥ ଅହଂକାର, ମମତା ମାୟା ମଧ୍ୟ ମିଥ୍ୟା ଅଟେ।
ਮਿਥਿਆ ਰਾਜ ਜੋਬਨ ਧਨ ਮਾਲ ॥ ମିଥିଆ ରାଜ ଜୋବନ ଧନ ମାଲ॥ ରାଜ୍ୟ, ଯୌବନ, ଧନ ଏବଂ ସମ୍ପତ୍ତି ସବୁ ମଧ୍ୟ ମିଥ୍ୟା ଅଟେ,
ਮਿਥਿਆ ਕਾਮ ਕ੍ਰੋਧ ਬਿਕਰਾਲ ॥ ମିଥିଆ କାମ କ୍ରୋଧ ବିକରାଳ॥ କାମ ଏବଂ ବିକରାଳ କ୍ରୋଧ ସବୁ ନଶ୍ଵର ଅଟେ।
ਮਿਥਿਆ ਰਥ ਹਸਤੀ ਅਸ੍ਵ ਬਸਤ੍ਰਾ ॥ ମିଥିଆ ରଥ ହସତୀ ଅଶ୍ଵ ବସତ୍ରା॥ ସୁନ୍ଦର ରଥ, ଘୋଡା ଏବଂ ସୁନ୍ଦର ବସ୍ତ୍ର ସବୁ ମଧ୍ୟ ମିଥ୍ୟା ଅଟେ।
ਮਿਥਿਆ ਰੰਗ ਸੰਗਿ ਮਾਇਆ ਪੇਖਿ ਹਸਤਾ ॥ ମିଥିଆ ରଙ୍ଗ ସଙ୍ଗୀ ମାଇଆ ପୋଖି ହସତା॥ ଧନ-ଦୌଲତ ସଂଗ୍ରହ କରିବା ପ୍ରୀତି, ଯାହାକୁ ଦେଖି ମନୁଷ୍ୟ ହସିଥାଏ, ଏହା ମଧ୍ୟ ମିଥ୍ୟା ଅଟେ।
ਮਿਥਿਆ ਧ੍ਰੋਹ ਮੋਹ ਅਭਿਮਾਨੁ ॥ ମିଥିଆ ଧ୍ରୋହ ମୋହ ଅଭିମାନୁ॥ ଚାଲ କପଟ, ସାଂସାରିକ ମୋହ ଏବଂ ଅଭିମାନ ମଧ୍ୟ ମିଥ୍ୟା ଅଟେ।
ਮਿਥਿਆ ਆਪਸ ਊਪਰਿ ਕਰਤ ਗੁਮਾਨੁ ॥ ମିଥିଆ ଆପସ ଉପରି କରତ ଗୁମାନୁ॥ ନିଜର ଗର୍ବ୍ମ ମଧ୍ୟ ମିଥ୍ୟା ଅଟେ।
ਅਸਥਿਰੁ ਭਗਤਿ ਸਾਧ ਕੀ ਸਰਨ ॥ ଅସଥିରୁ ଭଗତି ସାଧ କୀ ସରନ ॥ ଭଗବାନଙ୍କ ଭକ୍ତି ଏବଂ ସନ୍ଥଙ୍କ ଶରଣ ଅଟଳ ଅଟେ।
ਨਾਨਕ ਜਪਿ ਜਪਿ ਜੀਵੈ ਹਰਿ ਕੇ ਚਰਨ ॥੪॥ ନାନକ ଜପି ଜପି ଜୀବୈ ହରି କେ ଚରନ॥4॥ ହେ ନାନକ! ଭଗବାନଙ୍କ ଚରଣକୁ ହିଁ ଜପ କରି ପ୍ରାଣୀ ବାସ୍ତବିକ ଜୀବନ ବିତାଇ ଥାଏ ॥4॥
ਮਿਥਿਆ ਸ੍ਰਵਨ ਪਰ ਨਿੰਦਾ ਸੁਨਹਿ ॥ ମିଥିଆ ସ୍ରବନ ପର ନିନ୍ଦା ସୁନହି॥ ମନୁଷ୍ୟର ସେହି କାନ ମଧ୍ୟ ମିଥ୍ୟା ଅଟେ, ଯିଏ ପରର ନିନ୍ଦା ଶୁଣିଥାଏ।
ਮਿਥਿਆ ਹਸਤ ਪਰ ਦਰਬ ਕਉ ਹਿਰਹਿ ॥ ମିଥିଆ ହସତ ପର ଦରବ କୌ ହିରହି॥ ସେ ହାତ ମଧ୍ୟ ମିଥ୍ୟା ଅଟେ, ଯିଏ ପରର ଧନ ଚୋରାଇଥାଏ।


© 2025 SGGS ONLINE
error: Content is protected !!
Scroll to Top